English  
ଭୁମି ବ୍ୟାଙ୍କ୍‍ ଯୋଜନା :

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ଲାଗି ଶିଳ୍ପାଞ୍ଚଳ ଗୁଡିକରେ ଭିତ୍ତିଭୂମିର ବିକାଶ ଲାଗି ୧୯୮୧ ମସିହାରେ ପ୍ରତି । ହୋଇଥିଲା ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍କୋ) । ଓଡିଶାରେ ଶିଳ୍ପ ଭିତ୍ତିଭୂମି ଯୋଗାଇବା ଲାଗି ଇଡ୍କୋକୁ ନୋଡାଲ ଏଜେନ୍ସି ଭାବେ ଘୋଷଣା କରାଯାଇଛି ।

ବିଭିନ୍ନ ଅଞ୍ଚଳରେ ଶିଳ୍ପ ପାଇଁ ସ୍ଥାନ ପ୍ରସ୍ତୁତ କରିବା, ଶିଳ୍ପାଞ୍ଚଳ ପ୍ରତି । ଓ ଏହାକୁ କାର୍ଯ୍ୟକାରୀ କରିବା ସହିତ ବିଭିନ୍ନ ଶିଳ୍ପ କେନ୍ଦ୍ରର ବିକାଶ ଲାଗି ଭିତ୍ତିଭୂମି ଯୋଗାଇବା ହେଉଛି ଏହି ନିଗମର ପ୍ରାଥମିକ କାର୍ଯ୍ୟ । ବିଭିନ୍ନ ଭିତ୍ତିଭୂମି ବିଶେଷକରି ସଡକ, ଡ୍ରେନ୍, ବିଜୁଳି, ଜଳ, ଷ୍ଟ୍ରିଟ ଅ ।ଲୋକ ଏବଂ ସାମାଜିକ ଭିତିଭୂମି ଯଥା ବ୍ୟାଙ୍କ୍, ଡାକଘର, ଟେଲି ଯୋଗାଯୋଗ ସୁବିଧା, ବାଜର ଅ ।ଦି ସୁବିଧା ଇଡ୍କୋ ଯୋଗାଇଥାଏ । ରାଜ୍ୟ ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ଇଡ୍କୋ ଶିଳ୍ପାଞ୍ଚଳକୁ ଆସୁନଥିବା ବୃହତ୍ ପ୍ରକଳ୍ପ ଗୁଡିକୁ ଜମି ଯୋଗାଇଥାଏ । ରାଜ୍ୟର ଯେକୌଣସି ସ୍ଥାନରେ ଏଭଳି ପ୍ରକଳ୍ପ ଲାଗି ଇଡ୍କୋ ଜମି ଅଧିଗ୍ରହଣ କରିଥାଏ ।

ବୈଷୟିକ କର୍ମଚାରୀ ସହାୟତାରେ ଇଡ୍କୋ ବିଭିନ୍ନ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାର ନିର୍ମାଣ କାର୍ଯ୍ୟ କରିଥାଏ । ଧାର୍ଯ୍ୟ ସମୟ ମଧ୍ୟରେ ଗୁଣାତ୍ମକ ନିର୍ମାଣ କାର୍ଯ୍ୟ ପାଇଁ ନିଗମ ପ୍ରତିଶ୍ରୁତିବଦ୍ଧ । ଇଡ୍କୋର କାର୍ଯ୍ୟଦକ୍ଷତା ସିଭିଲ୍, ବିଦ୍ୟୁତ୍, ଜଳଯୋଗାଣ ଏବଂ ଜନସ୍ୱାସ୍ଥ୍ୟ ପ୍ରକଳ୍ପ କ୍ଷେତ୍ରରେ ଥିବା ବିଭିନ୍ନ ପରାମର୍ଶଦାତା ସଂସ୍ଥାଙ୍କ ଦ୍ୱାରା ପ୍ରମାଣିତ । ଏଥିପାଇଁ ପ୍ରମୁଖ ପରାମର୍ଶଦାତା ସଂସ୍ଥା ମେକନ/ରାଇଟ୍ସ/ଆରପିଆରଏନ୍ ଆଦିଙ୍କ ସହ ଇଡ୍କୋ କାର୍ଯ୍ୟ କରିଥାଏ ।

ରାଜ୍ୟର ଏକମାତ୍ର ସରକାରୀ ସଂସ୍ଥା ଭାବେ ୧୯୯୭ ମସିହାରେ ଇଡ୍କୋ ଜର୍ମାନୀର ଆରଡବ୍ଲ୍ୟୁଟିୟୁଭି ସିଇଆରଟି ଠାରୁ ଆଇଏସ୍ଓ-୯୦୦୧ ସାର୍ଟିଫିକେଟ ହାସଲ କରିଥିଲା । ପରିବେଶର ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ମଧ୍ୟ ନିଗମ ଆଇଏସ୍ଓ-୧୪୦୦୧ ସାର୍ଟିଫିକେଟ ପାଇଛି ।

ଇଡ୍କୋ ହେଉଛି ଓଡିଶା ସରକାରଙ୍କର ଏକମାତ୍ର ନିଗମ ଯେଉଁଥିରେ ସରକାର କୌଣସି ପୁଞ୍ଜି ଅଂଶ ବିନିଯୋଗ କରିନାହାନ୍ତି । ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ଏହା କେବଳ ସରକାରଙ୍କ ଠାରୁ ପ୍ରତିବର୍ଷ ଋଣ ଆକାରରେ ମାର୍ଜିନ ମନି ଆଣିଥାଏ । ୧୯୯୩-୯୪ ମସିହା ଠାରୁ ଲାଭ କରୁଥିବା ଏହି ନିଗମ ସେବେଠାରୁ ଲାଭଜନକ ସଂସ୍ଥା ଭାବେ ପରିଗଣିତ ହେଉଛି । ଗତ କିଛିବର୍ଷ ଧରି ନିଗମର କାରବାର ଅତ୍ୟନ୍ତ ସନ୍ତୋଷଜନକ ସ୍ତରରେ ଅଛି ।
 

ଲକ୍ଷ୍ୟ:

"ରାଜ୍ୟର ସାମାଜିକ-ଅର୍ଥନୀତି ବିକାଶରେ ପଥପଦର୍ଶକ ସାଜିଥିବା ଇଡ୍କୋ ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି । ପ୍ରାକୃତିକ ସମ୍ପଦର ସଫଳ ବ୍ୟବହାର ସହିତ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି ।

ମିଶନ:

  • ନିଗମର ପ୍ରମୁଖ କାର୍ଯ୍ୟ ହେଉଛି ସହଯୋଗୀ ସଂସ୍ଥାମାନଙ୍କ ସହିତ ସମନ୍ୱୟ ରକ୍ଷାକରି ନିୟମିତ ଭାବେ ରାଜ୍ୟର ଆର୍ôଥିକ ଏବଂ ପରିବେଶ ଅନୁକୂଳ ବିକାଶ କରିବା ।
  • ବିଭିନ୍ନ ପ୍ରକଳ୍ପ ଜରିଆରେ ସମାଜର ତଳ ସ୍ତରରେ ଥିବା ଲୋକଙ୍କର ଯେଭଳି ବିକାଶ ହୋଇପାରିବ ତାହା ଉପରେ ଇଡ୍‍କୋ ଦେବା ସହିତ ଏହି ବର୍ଗର ଆର୍ôଥକ ଓ ସାମାଜିକ ବିକାଶ, ସଶକ୍ତିକରଣ, ପରିବେଶ ସୁରକ୍ଷା, ସବୁଜ ଏବଂ ଶକ୍ତି ସଂରକ୍ଷଣ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବ ।
  • ଇଡ୍‍କୋ ତାହାର କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍‍ଆର) କାର୍ଯ୍ୟକ୍ରମ ଜରିଆରେ ସମସ୍ତ ସହଯୋଗୀ ସଂସ୍ଥଗୁଡିକ ସହିତ ସୁସମ୍ପର୍କ ରକ୍ଷା କରିବ ।
ସେବା
  • ବିକଶିତ ପ୍ଲଟ ଏବଂ ନିର୍ମିତ ସେଡ୍ ଲିଜହୋଲଡ଼ ଆଧାର ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବସାୟୀ ମାନଙ୍କୁ ଆବଣ୍ଟନ
  • ଵାଣିଜ୍ୟକ ଦୋକାନ ଆବଣ୍ଟନ
  • ନିର୍ମାଣ, ସୁଧାର ଓ ଢାଞ୍ଚାଗତ ସୁବିଧା
  • ବୃହତ ଓ ମାଧ୍ୟମ କ୍ଷେତ୍ର, ଯେଉଁଗୁଡିକ ମହଜୁଦ ସମ୍ପଦ ରେ ଆସି ପାରିବ ନାହିଁ , ଇଡ଼କୋ ଚିହ୍ନଟ ଭୂମି ସରକାର ଓ ପ୍ରାଇଭେଟ ଉଦ୍ୟୋଗ ପାଇଁ ଚିହ୍ନଟ ଓ ପ୍ରାପ୍ତ କରିବାରେ ସାହାର୍ଯ୍ୟ କରିଥାଏ
ଉପଲବ୍ଧି
  • ରାଜ୍ୟର ବିଭିନ୍ନ ରଣନୀତିକ ସ୍ଥାନ ୧୦୫ ଔଦ୍ୟୋଗିକ ସମ୍ପଦ ଓ କ୍ଷେତ୍ର ସ୍ଥାପନ
  • ଉପରୋକ୍ତ ଔଦ୍ୟୋଗିକ ସମ୍ପଦ ଓ କ୍ଷେତ୍ର ମାନଙ୍କରେ ୧୫୪୫ ସେଡ୍ ନିର୍ମାଣ
  • ୯୬୧୩ ଏକର ଜମି ବିକଶିତ କରାଗଲା
  • ୪୨୬୫ ଔଦ୍ୟୋଗିକ ୟୁନିଟ ଏହି ସବୁ ସମ୍ପଦ ଓ କ୍ଷେତ୍ର ମାନଙ୍କରେ ସ୍ଥାପନ କାରାଯାଇଛି