English  
ପିପିପି ଶିଳ୍ପ ଭିତ୍ତିଭୂମି

ସରକାରୀ ଘରୋଇ ସହଭାଗିତା (ପିପିପି) ଭିତ୍ତିଭୂମି

ସରକାରୀ-ଘରୋଇ-ସହଭାଗିତାରେ ଭିତ୍ତିଭୂମି ବିକାଶ ଦ୍ରୁତ ଅର୍ଥନୈତିକ ବିକାଶ ଲାଗି ଆବଶ୍ୟକ ପଡୁଥିବା ଉତ୍ତମମାନର ସାମାଜିକ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ପ୍ରକଳ୍ପ ଗୁଡିକରେ ସରକାରୀ ଘରୋଇ ସହଭାଗିତାକୁ ପ୍ରୋତ୍ସାହିତ କରୁଚନ୍ତି । ରାଜ୍ୟରେ ଭିତ୍ତିଭୂମିର ବିକାଶ ଲାଗି ଘରୋଇ ନିବେଶକାରୀମାନଙ୍କୁ ଆକର୍ଷିତ ସକାଶେ ବିସ୍ତୃତ ଯୋଜନା ପ୍ରସ୍ତୁତ ସହିତ ନିୟାମକ ଓ ମାର୍ଗଦଶିକା ଜରିଆରେ ସରକାରୀ ଘରୋଇ ସହଭାଗିତା (ପିପିପି)ର ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଖୁବ୍‍ଶୀଘ୍ର ଏହା ଜାରି ହେବ । ପିପିପି ବ୍ୟବସ୍ଥାରେ ପ୍ରକଳ୍ପ ବିକାଶ ଲାଗି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନରେ ଏକ ସେଲ୍‍ ଗଠନ କରାଯାଇଛି ।

ନିର୍ଦ୍ଦିଷ୍ଟ ସ୍ଥାନରେ ବଛା ବଛା ପ୍ରକଳ୍ପ ଗୁଡିକର ବିକାଶ ଲାଗି ଇଡ୍‍କୋ ମଧ୍ୟ ଆଇଏଲ୍‍ ଆଣ୍ଡ ଏଫ୍‍ସ୍‍ ସହାୟତାରେ ପ୍ରକଳ୍ପ ବିକାଶ ଏବଂ ପ୍ରୋତ୍ସାହନ ସଂହଯୋଗୀ (ପିଡିପିପି) ଗଠନ କରିଛି ।

ପୂର୍ବ ଭାତରରେ ଆଇଏଲ୍‍ ଆଣ୍ଡ ଏଫ୍‍ଏସ୍‍ ସହାୟତା ଯୌଥ ଉଦ୍ୟୋଗରେ ଇନ୍‍ଫୋଭ୍ୟାଲି ସମନ୍ୱିତ ଆଇଟି ପାର୍କ ପ୍ରତିଷ୍ଠା ହୋଇଛି । ଭୁବନେଶ୍ୱରର ପଶ୍ଚିମରେ ୫୦୦ ଏକ ଜମିରେ ଉପରେ ଏହି ସମନ୍ୱିତ ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍‍ଇଜେଡ୍‍) ଗଢାଯାଇଛି ।