English  
ଆଇଏଲ୍‍ଆଣ୍ଡଏଫ୍‍ଏସ୍‍-ଇଟିଏସ୍‍ ମାନବ ସମ୍ବଳ ଯୋଜନା

ଆଇଏଲ୍‍ଆଣ୍ଡଏଫ୍‍ଏସ୍‍-ଇଟିଏସ୍‍ ଦ୍ୱାରା ପ୍ରସ୍ତାବିତ ମାନବ ସମ୍ବଳ ଯୋଜନାର ବିବରଣୀ

ଇଡ୍‍କୋକୁ ପ୍ରତିଯୋଗିତାତ୍ମକ ଓ ଉତ୍ପାଦନଭିତ୍ତିକ କରିବା ଲାଗି ଆଇଏଲ୍‍ଆଣ୍ଡଏଫ୍‍ଏସ୍‍-ଇଟିଏସ୍‍ ଦ୍ୱାରା ବିସ୍ତୃତ ଅନୁଧ୍ୟାନ କରାଯାଇଛି । ଇଡ୍‍କୋର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଇଏଲ୍‍ଆଣ୍ଡଏଫ୍‍ଏସ୍‍ ନୂଆଦିଲ୍ଲୀସ୍ଥିତ ଆଇଏମ୍‍ଆଇ ସହଯୋଗରେ ୨୦୦୮ରେ କର୍ମଚାରୀଙ୍କୁ ସୂଚନା ଭିତ୍ତିରେ ନିଗମର ସାମର୍ଥ୍ୟ, ଦୁର୍ବଳତା, ସୁଯୋଗ ଏବଂ ଆତଙ୍କ (ଏସ୍‍ଡବ୍ଲୁଓଟି)କୁ ଦୃଷ୍ଟିରେ ରଖି ଏକ କୌଶଳ ଅନୁମୋଦନ କରାଯାଇଛି ।

ପର୍ଯ୍ୟବେକ୍ଷଣ:

  • ସଂଖ୍ୟାଧିକ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ( ସହକାରୀ ପରିଚାଳକ ଏବଂ ତଦୁର୍ଦ୍ଧ) ସେମାନଙ୍କର ଚାକିରି ଏବଂ ଆକାଉଣ୍ଟ ଆଦି ସ୍ୱଚ୍ଛ ଭାବେ ପାଳନ କରିବା ସହିତ ପ୍ରତ୍ୟେକ କାର୍ଯ୍ୟକୁ ସେମାନଙ୍କ ଦାୟିତ୍ୱ ଅନୁଯାୟୀ ତୁଲାଇଛନ୍ତି ।
  • ପ୍ରଥମ ଓ ଦ୍ୱିତୀୟଶ୍ରେଣୀ ପାହ୍ୟାର ଅଧିକାରୀମାନେ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥିବା ଦେଖିବାକୁ ମିଳିଛି ।
  • ପ୍ରମୁଖ ପର୍ଯ୍ୟବେକ୍ଷଣ ହେଉଛି ପାହ୍ୟା ଏବଂ ତଳ ପାହ୍ୟାରେ କୌଣସି ବ୍ୟତିକ୍ରମ ନହେବା । ସହକାରୀ ଯନ୍ତ୍ରୀ ଓ ସହକାରୀ ପରିଚାଳକ ମାନେ କିଭଳି ଭାବେ ଯୁଗ୍ମ ପରିଚାଳକ ଓ ପରିଚାଳକଙ୍କ ଦ୍ୱାରା କିଭଳି ତଦାରଖ ହେବ ତାହାର କୌଣସି ବ୍ୟବସ୍ଥା ନଥିଲା ।
  • ଅଧିକାରୀମାନେ କିଭଳି ଦାୟିତ୍ୱ ନିର୍ବାହ କରିବେ ତାହାର କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।
  • ବହୁ ସଂଖ୍ୟାରେ କିରାଣୀ (ବରିଷ୍ଠ ସହାୟକ, କନିଷ୍ଠ ସହାୟକ) ଯେଉଁମାନେ କି ତୃତୀୟଶ୍ରେଣୀ ପାହ୍ୟାରେ କାର୍ଯ୍ୟରତ ସେମାନେ ପୁରୁଣାକାଳିଆ ପଦ୍ଧତିରେ ଫାଇଲ୍‍ କାର୍ଯ୍ୟ କରିବା ସହିତ ସହିତ ଆଇଟିର ଖୁବ୍‍ କମ୍‍ ବ୍ୟବହାର କରୁଥିଲେ । ଏହି କର୍ମଚାରୀମାନଙ୍କ କାର୍ଯ୍ୟରୁ ସେଭଳି କୌଣସି ଫଳ ମିଳିପାରୁ ନଥିଲା ।
  • ଚତୁର୍ଥଶ୍ରେଣୀ ପାହ୍ୟାର ଅନେକ କର୍ମଚାରୀଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେମାନେ ତାହା ଠିକଣା ଭାବେ ପାଳନ କରୁନଥିଲେ । ଏପରିକି ଭାରୀଯାନ ଚାଳକମାନେ ଲିଫ୍ଟ ଚଳାଉଥିବା ଦେଖିବାକୁ ମିଳିଥିଲା ।
  • ତୃତୀୟଶ୍ରେଣୀ କର୍ମଚାରୀଙ୍କ ଭଳି ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କ ଶିକ୍ଷା କମ୍‍ ଥିବାବେଳେ ବହୁ ସଂଖ୍ୟାରେ ସେମାନେ ଅଣକୁଶଳୀ । ଏଭଳି ସ୍ଥିତିରେ ସେମାନେ କାମ କରୁଥିବାବେଳେ ସେମାନଙ୍କ ସଂଖ୍ୟା ଢେର ଅଧିକ ରହିଥିଲା । ଆଧୁନିକ ଦପ୍ତରମାନଙ୍କରେ ପିଅନଙ୍କ ଭଳି ଚତୁର୍ଥଶ୍ରେଣୀ କର୍ମଚାରୀମାନେ ଛଟେଇ ହୋଇଥାନ୍ତି ଅଥବା ଦପ୍ତର ସଫେଇ, ମାଳି ଓ ସୁରକ୍ଷାକର୍ମୀମାନଙ୍କୁ ବାହାରୁ ଆଉଟିସୋର୍ସିଂ ମାଧ୍ୟମରେ ଅଣାଯାଇଥାଏ । କର୍ମଚାରୀ ସଂଖ୍ୟାରେ ହ୍ରାସ ସହିତ ନୂତନ ବ୍ୟବସାୟ ଓ କାର୍ଯ୍ୟଦକ୍ଷତା ଲାଗି ଆଉଟସୋର୍ସିଂ କର୍ମଚାରୀଙ୍କୁ ମୁତୟନ କରାଯାଇଥାଏ । ସଂଖ୍ୟାଧିକ ତୃତୀୟ ଓ ଚତୁର୍ଥଶ୍ରଣୀ ପାହ୍ୟାର କର୍ମଚାରୀମାନେ ଅଣକୁଶଳୀ କାର୍ଯ୍ୟ କରିଥାନ୍ତି ଯାହାକି ଆଉଟିସୋର୍ସିଂ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ । ଅଧିକ କର୍ମଚାରୀଙ୍କୁ ହାରାହାରି ଭାବେ ହିସାବକୁ ନିଆଯାଇଥିବାବେଳେ ଭବିଷ୍ୟତରେ କୁଶଳୀ କର୍ମଚାରୀମାନେ ହିଁ ଦପ୍ତରରେ ଭଲ ପ୍ରଦର୍ଶନ କରିଥାନ୍ତି ।
  • ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କୁ କାମ ଦେବାପାଇଁ ଇଡ୍‍କୋ ପାଖରେ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ପର୍ଯ୍ୟାପ୍ତ କାର୍ଯ୍ୟ ନାହିଁ । ତେଣୁ ଆଉଟ୍‍ସୋର୍ସିଂ ମାଧ୍ୟମରେ କର୍ମଚାରୀଙ୍କୁ ଆଣିଲେ ତାହା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିବ । ତୃତୀୟଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ, ହେଲେ କମ୍‍ ସଂଖ୍ୟାରେ । ତେଣୁ ଏକମାତ୍ର ବାଟ ହେଉଛି ଚତୁର୍ଥଶ୍ରେଣୀ କର୍ମଚାରୀମାନଙ୍କୁ ଆଉଟସୋର୍ସିଂ ସଂସ୍ଥା ଭଳି ଅନ୍ୟ ବଡ ବଡ ଅନୁଷ୍ଠାନରେ କାର୍ଯ୍ୟରେ ଲଗାଯାଇ ପାରିବ । ଏଭଳି ସ୍ଥିତିରେ ସେଠାରେ କେତେକ କଟକଣା ରହିଛି । ପ୍ରଥମତଃ ଏହି କର୍ମଚାରୀମାନଙ୍କ ବୟସ ଅଧିକ । ଦ୍ୱିତୀୟରେ ସେମାନେ କୁଶଳୀ ନୁହନ୍ତି । ତୃତୀୟରେ ଘରୋଇ ଆଉଟସୋର୍ସିଂ ସଂସ୍ଥା ଗୁଡିକ ଅଧିକ କାମ ଚାହିଁଥାନ୍ତି । ତେଣୁ ସଂଖ୍ୟାଧିକ ଚତୁର୍ଥଶ୍ରେଣୀ ଓ କିଛି ତୃତୀୟଶ୍ରେଣୀ କର୍ମଚାରୀଙ୍କୁ କାର୍ଯ୍ୟରେ ପୁନଃ ମୁତୟନ କରାଯାଇ ପାରିବନାହିଁ ।

ପ୍ରମୁଖ ଆହ୍ୱାନ:

  • ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ପାହ୍ୟାରେ ଦକ୍ଷ/କୁଶଳୀ/ବୈଷୟିକ ମାନବସମ୍ବଳର ଅଭାବ
  • ଭିତ୍ତିଭୂମି କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଦ୍ରୁତ ବେଗରେ ହ୍ରାସ
  • କର୍ମଚାରୀ ଅସନ୍ତୋଷ
  • ବ୍ୟାପକ ଜବରଦଖଲ
  • ସଠିକ ଆକାରର ମାନବସମ୍ବଳ
  • ବରିଷ୍ଠ ପରିଚାଳକଙ୍କ ପାଇଁ କ୍ରମ ଅନୁସାରେ ଯୋଜନା ପ୍ରସ୍ତୁତ
  • ନିଜ ମିଶନକୁ ଇଡ୍‍କୋ ମନେ ରଖିବା
  • ଶିଳ୍ପ ବିକାଶ
  • କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି
  • ପଛୁଆ ଜିଲ୍ଲା ଗୁଡିକରେ ସମ ବିକାଶ

ଇଡ୍‍କୋର କ୍ଷମତା:

  • ସିଇଓଙ୍କର ଆହ୍ୱାନକୁ ମୁକାବିଲା କରିବାର ମନୋଭାବ/ନେତୃତ୍ୱ ନେବାର ଦକ୍ଷତା
  • ଦକ୍ଷ ବୈଷୟିକ କର୍ମଚାରୀ
  • ରାଜ୍ୟ ସରକାରଙ୍କ ସହାୟତା
  • ସର୍ବଦା ମିଳିତ ଭାବେ କାର୍ଯ୍ୟ କରିବା
  • କର୍ମଚାରୀମାନେ ସନ୍ତୁଷ୍ଟ ରହିବା
  • କର୍ମଚାରୀଙ୍କ ମଧ୍ୟରେ ନିସ୍ୱାର୍ଥପର କାମ କରିବାର ମାନସିକତା
  • ଇଡ୍‍କୋରେ କାର୍ଯ୍ୟରତ ଦକ୍ଷ ଓ ଯୁବ ଯନ୍ତ୍ରୀ
  • ଗୁଣାତ୍ମକ ସଚେତନତା - ନୂତନ ଜ୍ଞାନକୌଶଳ ଗ୍ରହଣ କରିବା
  • ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗର ଗୁଣାତ୍ମକ କାର୍ଯ୍ୟସହ ତୁଳନା କରିବା

କ’ଣ ପାଇଁ ଇଡ୍‍କୋର ଭବିଷ୍ୟତ ପ୍ରଦର୍ଶନ ଦୁର୍ବଳ ହେବ :

  • ବିଭିନ୍ନ ଡିଭିଜନ, ସେକ୍ସନ ଓ ଶାଖା ମଧ୍ୟରେ ଠିକଣା ସମନ୍ୱୟର ଅଭାବ
  • କର୍ମଚାରୀଙ୍କ ପାହ୍ୟା ନିର୍ଦ୍ଧାରଣରେ ସମସ୍ୟା ସହିତ ସହାୟକ କର୍ମଚାରୀଙ୍କ ଅଭାବ
  • ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କ ଦାୟିତ୍ୱ ଓ କାର୍ଯ୍ୟ ବିଷୟରେ ଠିକଣା ଭାବେ ଅବଗତ ନହେବା ।
  • ମାନବ ସମ୍ବଳର ଅଭାବ
  • ଇଚ୍ଛାହୀନ, ଅସମର୍ଥ ଓ ଅଣତାଲିମ୍‍ପ୍ରାପ୍ତ କର୍ମଚାରୀ
  • ଯୁବ କର୍ମଚାରୀଙ୍କ ଅଭାବ
    • ଦୁର୍ବଳ ପଦକ୍ଷେପ
  • ବିବିଧକରଣ ହେଉନାହିଁ
  • ଅତିକମ୍‍ରେ ୫୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଉଚ୍ଚ ଜ୍ଞାନକୌଶଳ ସମ୍ପନ୍ନ କର୍ମଚାରୀଙ୍କ ହାତରେ ହେବା କଥା
  • ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଜଣେ ବ୍ୟକ୍ତି ରହିବା ସହିତ ସେ ଅତି ବରିଷ୍ଠ ପାହ୍ୟାର ହୋଇଥିବା ଆବଶ୍ୟକ

ସାଧାରଣ ଅନୁମୋଦନ:

  • ସମସ୍ତ ପ୍ରକାର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମର ସମ୍ପ୍ରସାରଣ ଏବଂ ବିବିଧତା କାର୍ଯ୍ୟକ୍ରମ
  • ଆନ୍ତଃ ପ୍ରତିଯୋଗିତାର ବିକାଶ
  • ଦକ୍ଷ ମାନବ ସମ୍ବଳ
  • ପ୍ରକଳ୍ପ ପରିଚାଳନା
  • ଗ୍ରାହକ ସନ୍ତୁଷ୍ଟୀକରଣ
  • ଇଆର୍‍ପି/କମ୍ପ୍ୟୁଟରାଜେସନ୍‍
  • ଠିକଣା ରକ୍ଷଣବେକ୍ଷଣ ଏବଂ ସୁରକ୍ଷା ଭିତ୍ତିଭୂମି ସୃଷ୍ଟି କରିବା
  • ଶିଳ୍ପ ଭିତ୍ତିଭୂମିର ବିକାଶ ସହ ଏହାକୁ ଅନ୍ୟ ରାଜ୍ୟ ସହ ତୁଳନା କରିବା
  • ଭୂମି ବ୍ୟାଙ୍କ ସୃଷ୍ଟି
  • ଆନ୍ତର୍ଜାତିକ ସ୍ତରର ଲାଭଜନକ ସଂସ୍ଥାରେ ପରିଣତ ଲାଗି ୫୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ
  • ସମକାଳୀନ ସଙ୍ଗଠନ

ଭବିଷ୍ୟତ ପାଇଁ ପ୍ରସ୍ତାବ:

ମୁଖ୍ୟ ନିର୍ଦ୍ଦେଶ ମୁଖ୍ୟ ରୂପରେ ଧ୍ୟାନ କେନ୍ଦ୍ରିତ କରିବା :

  • ଇଞ୍ଜିନିୟରିଂ ଭିତ୍ତିଭୂମି ବିକାଶ ନିର୍ମାଣ କ୍ଷେତ୍ରରୁ ପରିବର୍ତ୍ତନ
  • ଭିତ୍ତିଭୂମି ପରିବର୍ତ୍ତନ ଆବଶ୍ୟକ

- ଶିଳ୍ପ

- ସେବା

- ସାମାଜିକ କ୍ଷେତ୍ର

  • ପିପିପି ଏବଂ ଯୌଥ ବ୍ରବସ୍ଥା ଜରିଆରେ ଅଗ୍ରଣୀ ଭିତ୍ତିଭୂମି ବିକାଶ କମ୍ପାନୀ ସହ ମିଶି ଓଡ଼ିଶାରେ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ
  • ନିର୍ମାଣ ବ୍ୟବସାୟକୁ ଅନ୍ୟ ଏକ କମ୍ପାନୀ ଭାବେ ସହଯୋଗୀ ସଂସ୍ଥା ଜରିଆରେ ଲାଭପ୍ରଦ କରିବା
  • ଆଇଡି ରୋଲ୍‍ ନିର୍ମାଣ ବ୍ୟବସାୟକୁ ପୃଥକୀକରଣ

- ଜମି

- ନିଜସ୍ୱ ସମ୍ପତ୍ତି

- ମେଣ୍ଟ (ବଡ଼ ପ୍ରକଳ୍ପ)

  • ବିଧିବଦ୍ଧ ଯୋଜନାର ପରିପ୍ରକାଶ
  • ପ୍ରକଳ୍ପର ଲକ୍ଷ୍ୟ, ପରିଚାଳନା ଏବଂ ବ୍ୟବସାୟିକ କୌଶଳର ବିକାଶ
  • ମାନବ ସମ୍ବଳର ପୁନର୍ଗଠନ
      • ଅଧିକ ସଂଖ୍ୟାରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାହ୍ୟାରେ ନୂତନ ଦକ୍ଷ କର୍ମଚାରୀଙ୍କ ଆବଶ୍ୟକ
      • ତୃତୀୟ ଓ ଚତୁର୍ଥ ଶ୍ରେଣୀ ପାହ୍ୟାର ଅଧିକ କର୍ମଚାରୀ
      • ଆଇଟି ଏବଂ ଆଉଟ୍‍ ସୋର୍ସିଂକୁ ଗ୍ରହଣ କରିବା
  • କର୍ମଚାରୀମାନଙ୍କ ଦକ୍ଷତାର ବିକାଶ ସହିତ ସେମାନଙ୍କୁ ଉତ୍ପାଦନ ଅଭିମୁଖୀ କରିବା ଲାଗି ମାନବ ସମ୍ବଳ କ୍ଷେତ୍ରରେ ନୂତନ ପ୍ରଦର୍ଶନ ଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିବା

ସଂଗଠନ ପୁର୍ନଗଠନ ପ୍ରସ୍ତାବ ଅନୁଯାୟୀ ଇଡ୍‍କୋ ତାହାର ତିନିଟି ବ୍ୟବସାୟିକ କ୍ଷେତ୍ର ଜମି, ପୁଞ୍ଜି ଓ ନିର୍ମାଣ କ୍ଷେତ୍ରରୁ ଫଙ୍କସନାଲ ଅର୍ଗାନାଇଜେସନ ବଦଳରେ ଷ୍ଟ୍ରାଟେଜିକ୍‍ ବିଜିନେଟ୍‍ ୟୁନିଟ୍‍ (ଏସ୍‍ବିୟୁ)କୁ ପରିବର୍ତ୍ତନ ଲାଗି କୁହାଯାଇଛି ।

ପ୍ରସ୍ତାବିତ ସଂସ୍ଥାର ଆକାର

ଜମି ଏସ୍‍ବିୟୁ ଏବଂ ଏହାର କାର୍ଯ୍ୟ

• ଜମି, ଜମି ବ୍ୟାଙ୍କ୍‍ ଓ ପ୍ରକଳ୍ପ ଲାଗି ଯୋଜନା ପ୍ରସ୍ତୁତି

• ବଜେଟ୍‍ ପ୍ରଦାନ - ରାଜସ୍ୱ ଏବଂ ବଳକା

• ମେଗା ପ୍ରକଳ୍ପ ଏବଂ ଜମି ବ୍ୟାଙ୍କ୍‍ ପାଇଁ ଜମି ଅଧିଗ୍ରହଣ ଲାଗି ସିଧାସଳଖ ଦାୟିତ୍ୱ ନେବା

• ସିଧାସଳଖ ଜମି ବିକ୍ରି କ୍ଷେତ୍ରରେ ଭ୍ୟାଲୁ ଆଡିସନ ଏବଂ ପ୍ରାଚୀର ନିର୍ମାଣ କ୍ଷେତ୍ରରେ ଏହି ଆଡିସନ ସାମାନ୍ୟ ରହିବ ।

• ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ଜମି ଅଧିଗ୍ରହଣର ପରିଚାଳନା

• ଜମି ଦଖଲ ନେତବା ନେବା କ୍ଷେତ୍ରରେ ଠିକଣା ଭାବେ ରେକର୍ଡ ସଂଗ୍ରହ କରିବା

• ମାମଲା ଗୁଡିକର ପରିଚାଳନା

• ଇଡ୍‍କୋ ନୀତିକୁ ସହାୟତା ସହିତ ଭ୍ୟାଲୁ ଆଡିସନ ଉପରେ ନିଷ୍ପତ୍ତି, ଜମିର ମୂଲ୍ୟ ଏବଂ ମଞ୍ଜୁରୀ ।

ଏସ୍‍ବିୟୁ ନିର୍ମାଣ ଏବଂ ଏହାର କାର୍ଯ୍ୟ

• ଏସ୍‍ବିୟୁ ପାଇଁ ଲକ୍ଷ୍ୟ ଏବଂ କୌଶଳ ସ୍ଥିର କରିବା

• ବଜେଟ୍‍ ପ୍ରଦାନ, ରାଜସ୍ୱ ଏବଂ ବଳକା

• ଇଡ୍‍କୋର ପ୍ରକଳ୍ପ ଏବଂ ଉଦ୍ୟୋଗୀମାନˆ ଲାଗି ଭିତ୍ତିଭୂମି ପ୍ରସ୍ତୁତ କରିବା

• ବଡ ପ୍ରକଳ୍ପ ଲାଗି ମୂଲ୍ୟ ଯୁକ୍ତ

• ଓଡିଶାରେ ବୃହତ୍‍ ପ୍ରକଳ୍ପରେ କାର୍ଯ୍ୟ କରିବା

• ବୃହତ୍‍ ପ୍ରକଳ୍ପ କାର୍ଯ୍ୟ - ବିଦ୍ୟୁତ୍‍/ବିଦ୍ୟୁତ୍‍ ଯୋଗାଣ/ପରିବେଶ

• କୋର୍‍ ଇଲାକାର ବିକାଶ

• ଅଣ କୋର୍‍ ଇଲାକା ପାଇଁ ବାହ୍ୟ ସଂସ୍ଥାଙ୍କ ସହଯୋଗ

• ବ୍ୟବସାୟିକ ବିକାଶ

• ତାଲିମ ଏବଂ ବିକାଶ

• ପ୍ରକଳ୍ପ ପରିଚାଳନା କୌଶଳ

• ଟେଣ୍ଡର ମାଧ୍ୟମରେ ଅନ୍ୟ ସହଯୋଗୀ ସଂସ୍ଥାଙ୍କ ସହ କାର୍ଯ୍ୟ କରିବା

ଏସ୍‍ବିୟୁର ସମ୍ପତ୍ତି ଏବଂ ଏହାର କାର୍ଯ୍ୟ

  • ବିଭିନ୍ନ ଜିଲ୍ଲାରେ ଇଡ୍‍କୋ ପାଇଁ ନୂତନ ସମ୍ପତ୍ତିର ବିକାଶ କରିବା
    • ଆବଶ୍ୟକ ସାମାଜିକ ଭିତ୍ତିଭୂମି
    • ବାଣିଜ୍ୟ ଏବଂ ବ୍ୟବସାୟର ଆବଶ୍ୟକତା
    • କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଆବଶ୍ୟକତା
    • ବିକାଶ ପାଇଁ ସହଯୋଗ / ପଛୁଆ ଜିଲ୍ଲା
  • ଇଡ୍‍କୋ ସମ୍ପତ୍ତିର ରକ୍ଷଣା ବେକ୍ଷଣ/ ଇଲାକା/ ଉଦ୍ୟାନ/ ସହର (ସିଧାସଳଖ କିମ୍ବା ଆଉଟ୍‍ସୋର୍ସିଂ ଦ୍ୱାରା)
  • ବ୍ୟବହାରିକ ସାମଗ୍ରୀ ଓ ସୁବିଧାର ରକ୍ଷଣା ବେକ୍ଷଣ (ସିଧାସଳଖ କିମ୍ବା ଆଂଶିକ ଭାବେ ଆଉଟ୍‍ସୋର୍ସିଂ)

  • ରାଜସ୍ୱ ପରିଚାଳନା ଏବଂ ଟିକସ ଆଦାୟ
  • ଆବେଦନକାରୀଙ୍କୁ ପ୍ରାଧିକୃତ ଅଧିକାରୀଙ୍କ ମାଧ୍ୟମରେ ଏସ୍‍ବିୟୁ କୁ ସମ୍ପତ୍ତି ମଞ୍ଜୁର । ଅଧିକ ସମ୍ପତ୍ତି ଆବଶ୍ୟକ ଲାଗି କର୍ପୋରେଟ ଅଫିସ୍‍କୁ ରେଫର କରାଯିବ । (ଯୋଜନା ବିଭାଗର ଆଂଶିକ କୌଶଳ)
  • ସମ୍ପତ୍ତି ଏବଂ ସୁବିଧାକୁ ନୂଆରୂପ ଦେବା ଏବଂ କ୍ଷମତାର ସମ୍ପ୍ରସାରଣ କରିବା ।
  • ଜମି ଅଧିଗ୍ରହଣ - ଆଞ୍ଚଳିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ଷୁଦ୍ର ପ୍ରକଳ୍ପ ନିର୍ମାଣ କରିବା
  • ସମ୍ପତ୍ତିର ସୁରକ୍ଷା
  • ଗ୍ରାହକ ସେବା / ସନ୍ତୁଷ୍ଟି
  • ଓଡିଶାର ସମଗ୍ର ଜିଲ୍ଲାରେ ନେଟ୍‍ୱାର୍କକୁ ସମ୍ପ୍ରସାରିତା କରିବା ସଂଗେ ସଂଗେ ପଛୁଆ ଅଞ୍ଚଳର ବିକାଶ
  • ଇଡ୍‍କୋ ଦ୍ୱାରା ସିଧାସଳଖ ନୂତନ ସମ୍ପତ୍ତିର ବିକାଶ ଲାଗି ପ୍ରକଳ୍ପ ପରିଚାଳକଙ୍କ ସହାୟତା ଗ୍ରହଣ

କୌଶଳ ଯୋଜନା / ସହଯୋଗୀ ଏବଂ ଆଇଡି ଏବଂ ଏହାର କାର୍ଯ୍ୟ - ପିଏମ୍‍ୟୁ ର କାର୍ଯ୍ୟ

ଏହା ଗୋଟିଏ ନୂଆ ଏସ୍‍ବିୟୁ ଏବଂ ଏହାର କାର୍ଯ୍ୟ :

  • ଇଡ୍‍କୋ ପାଇଁ କୌଶଳ ଯୋଜନା ଏବଂ ଏସ୍‍ବିୟୁର ଯୋଜନାରେ ସହାୟତା
  • ଇଡ୍‍କୋର ନିଜସ୍ୱ ପୁଞ୍ଜି ନିବେଶ ଏବଂ ନୂତନ କାର୍ଯ୍ୟ ଲାଗି ବ୍ୟବସାୟିକ ମଡେଲର ବିକାଶ
  • ପ୍ରମୁଖ ଭିତ୍ତିଭୂମିକ କମ୍ପାନୀଙ୍କ ସହଯୋଗରେ ବିଭିନ୍ନ ସହଯୋଗୀ ଭିତ୍ତିକ ପ୍ରକଳ୍ପ, ସମସ୍ତ ଯୌଥ ପ୍ରକଳ୍ପର ସମସ୍ତ ସୂଚନାକୁ କାର୍ଯ୍ୟକାରୀ କରିବା ।
  • କାର୍ଯ୍ୟ ପରିଚାଳନା ଲାଗି ଯୌଥ ପ୍ରକଳ୍ପ ଏବଂ ତାହାର ବୋର୍ଡରେ ଇଡ୍‍କୋରୁ ଡେପୁଟେସନରେ ପ୍ରତିନିଧି ଯିବା ।
  • ଯୌଥ ସଂସ୍ଥା/ସହଯୋଗୀ ଏବଂ ଏସ୍‍ବିୟୁର ବୃହତ୍‍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ।
  • ସମ୍ପତ୍ତି ବଣ୍ଟନ (ଜମି, ଆଇଇ/ଆଇଏ, କୋଠାପାଇଁ ଜମି ଇତ୍ୟାଦି) ଲାଗି କେନ୍ଦ୍ରୀୟ ଭାବେ ଆବଶ୍ୟକତା ପ୍ରସ୍ତୁତ କରିବା , ଏସ୍‍ବିୟୁ ଦ୍ୱାରା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ବ୍ୟତିତ ।